୩ ଦିନ ଯାଏଁ ପ୍ରବଳ ଗରମ

0

ଓଡ଼ିଆ ନ୍ୟୁଜ୍: ଆଗକୁ ନାହିଁ ବଡ଼ ବର୍ଷା ନାହିଁ । କାଁ ଭାଁ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ବିଜୁଳି, ଘଡ଼ଘଡ଼ି ଆଶଙ୍କା ବେଶୀ ରହିଛି । ଆଗାମୀ ୩ ଦିନ ଯାଏ ଉପକୂଳବର୍ତ୍ତୀ ଜିଲ୍ଲାକୁ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ଚେତାବନୀ। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ । ୮ ତାରିଖ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା ଥିବା ବେଳେ ଉପକୂଳରେ ଗୁଳୁଗୁଳି ଲାଗି ରହିବ ।

Leave A Reply

Your email address will not be published.