ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା।ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷିବ।ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା। ଆସନ୍ତାକାଲି ପାଇଁ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏହାର ମୁଖ୍ୟ କାରଣ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି।
ଆଇଏମଡି ଅନୁସାରେ, ଶୁକ୍ରବାର ରାୟଗଡ଼ା ଓ ଗଜପତି ଜିଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି, ଯେଉଁଠାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅନ୍ୟାନ୍ୟ ଜିଲା ଯଥା କୋରାପୁଟ, ମାଲକାନଗିରି, ନୟାଗଡ଼ ଓ କନ୍ଧମାଳରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।ପାଣିପାଗ ବିଭାଗ ଜନସାଧାରଣଙ୍କୁ ସତର୍କ ରହିବାକୁ ଓ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି।