ରଜରେ ଭିଜିବ ଓଡିଶା

0

ଓଡ଼ିଆ ନ୍ୟୁଜ୍: ରଜରେ ଭିଜିବ ଓଡିଶା। ରଜ ୩ଦିନରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ସମସ୍ତ ୩୦ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

୧୬ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାସହ ୧୬ ତାରିଖ ସୁଦ୍ଧା ଦିନ ତାପମାତ୍ରା ପ୍ରାୟ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଶୁକ୍ରବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୦.୪ ଡିଗ୍ରୀ ସେଲ୍‌ସିୟସ୍‌ ଓ ଦାରିଙ୍ଗିବାଡିରେ ସର୍ବନିମ୍ନ ୧୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି।

କେନ୍ଦୁଝରରେ ସର୍ବାଧିକ ୧୩.୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରିରେ ୧୨.୨ମିମି, କୋରାପୁଟରେ ୯.୦ମିମି, କେନ୍ଦ୍ରାପଡ଼ାରେ ୬.୦ମିମି, ଭୁବନେଶ୍ୱରରେ ୧.୯ମିମି, ଜଗତ୍‌ସିଂହପୁରରେ ୧.୪ ମିମି ବର୍ଷା ହୋଇଛି।

Leave A Reply

Your email address will not be published.