ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷାସଂଭାବନା। ଏବେ ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଗକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ମୌସୁମୀକୁ ଅଗ୍ରସର କରାଇବାକୁ ଅନୁକୂଳ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତା ୨ରୁ ୩ ଦିନରେ ରାଜ୍ୟତମାମ ଅଧିକ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ବର୍ଷା ହେଉଛି ।
ଆଗକୁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବ । ଆଗକୁ ପାଣିପାଗ ପୂର୍ବାନୁମାନକୁ ଆହୁରି କ୍ରିୟାଶୀଳ କରିବାକୁ ଏଆଇ ପ୍ରୟୋଗ କରାଯିବ । ଏହା ପୂର୍ବାପେକ୍ଷା ଠିକ୍ ପୂର୍ବାନୁମାନ କରିବ । ଏହା ଲୋକଙ୍କୁ ତ୍ୱରିତ୍ ଓ ରିଅଲ ଟାଇମ୍ ପୂର୍ବାନୁମାନ ଦେବ । ଏବେ ମୌସୁମୀ ମୋବାଇଲ ଆପସ୍ ଜରିଆରେ ଲୋକେ ପଞ୍ଚାୟତସ୍ତରରେ ପାଣିପାଗ ପୂର୍ବାନୁମାନ ପାଉଛନ୍ତି।