ଓଡ଼ିଆ ନ୍ୟୁଜ୍: ମୋହନ ସରକାରଙ୍କୁ ନବୀନଙ୍କ ଟାର୍ଗେଟ।ହଇଜାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳି ନ ଥିଲା ତାହା ଏବେ ଅସ୍ତବ୍ୟସ୍ତ କଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକରେ ହଇଜା ଭୟଙ୍କର ହେଲାଣି।
ଏପରିକି ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ବଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ନବୀନ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ବିଚଳିତ କରୁଛି। ହଇଜାର ବ୍ୟାପକତାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନବୀନ କହିଛନ୍ତି।