୧୮ ଜିଲ୍ଲାକୁ ବର୍ଷା ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଗୁରୁବାର ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ଉତ୍ତର ଛତିଶଗଡ଼ ତଥା ପାଶର୍‌ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବ ମଧ୍ୟପ୍ରଦେଶମୁହାଁ ହେବ। ପାଣିପାଗ ନିୟାମକ ପ୍ରଭାବରେ ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି।

ଶୁକ୍ରବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୦ଟି ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Leave A Reply

Your email address will not be published.