ଆଗାମୀ ୪ ଦିନ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବର୍ଷା ହୋଇଛି।  ଆଗାମୀ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା ସମ୍ଭାବନା ଥିବା ବେଳେ, ଆସନ୍ତା ୨୪ ଘଣ୍ଟାରେ ବି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ଵର୍ଷା ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ଉତ୍ତର ଓଡ଼ିଶାର କେନ୍ଦ୍ରପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ, ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦-୪୦ କିଲୋମିଟର ହେବା ସହିତ କିଛି ସ୍ଥାନ ମାନଙ୍କରେ ବଜ୍ରପାତ ବି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.