ଆସୁଛି ଆଉ ଏକ ଲଘୁଚାପ

0

ଓଡ଼ିଆ ନ୍ୟୁଜ୍: ଆସୁଛି ଆଉ ଏକ ଲଘୁଚାପ । ଚାଲିଯାଇଛି ବାତ୍ୟା ମୋନ୍ଥା । କିନ୍ତୁ ଏବେ ପାଣିପାଗକୁ ନେଇ ପୁଣି ବଡ଼ ଖବର ମିଳିଛି । ଆସୁଛି ଆଉ ଏକ ଲଘୁଚାପ । ବାତ୍ୟା ମୋନ୍ଥା ପରେ ଏବେ ପୁଣି ଚିନ୍ତା ବଢାଇଲାଣି ଆଉ ଏକ ଲଘୁଚାପ ।

ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଏହି ଲଘୁଚାପ । ଏବେ ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତାକାଲି ତାହା ଲଘୁଚାପରେ ପରିଣତ ହୋଇପାରେ । ଆଣ୍ଡାମାନ ସାଗରକୁ ଆସି ଲଘୁଚାପର ରୂପ ନେବ ଏହି ଘୂର୍ଣ୍ଣିବଳୟ ।

Leave A Reply

Your email address will not be published.