ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡ଼ିଆ। ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ସେପଟେ ଶିମିଳିପାଳରେ ତୁଷାର ପାତ । ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ