ବର୍ଷାରେ ବେହାଲ ମୁମ୍ବାଇ

0

ଓଡ଼ିଆ ନ୍ୟୁଜ୍:ମୌସୁମୀ ବର୍ଷାରେ ବେହାଲ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ବର୍ଷା ଯୋଗୁଁ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏକ ଭୂତଳ ମେ‌‌ଟ୍ରୋ ଷ୍ଟେସନ୍‌ ବର୍ଷା ଜଳ‌ରେ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ୨୫୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି। କୁର୍ଲା, ସିଓନ୍, ଦାଦର ଓ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଥିବାବେଳେ ସକାଳୁ ଜଳମୟ ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୬୩.୫ ମିମି ବର୍ଷା ହୋଇଛି। ସହରର ୬ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୁମ୍ବାଇ ସହରରେ ହୋଇଥିବା ପ୍ରଥମ ଦିନର ‌ମୌସୁମୀ ବର୍ଷା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି।

Leave A Reply

Your email address will not be published.