୭ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

0

ଓଡ଼ିଆ ନ୍ୟୁଜ୍: ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା। ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି। ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ। ଆଉ ୧୬ ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ୍‌ ୱାର୍ଣ୍ଣିଂ।

ଆଇଏମ୍‌ଡି ପୂର୍ବାହ୍ନ ବୁଲେଟିନ୍‌ରେ କହିଛି, ୩୦ ସେପ୍ଟେମ୍ବରରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୃଷ୍ଟି ହେବ ଏବଂ ୧ ଅକ୍ଟୋବର ଉତ୍ତର ଓ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମବଙ୍ଗ-ବାଂଲାଦେଶ କିମ୍ବା ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ରିପୋର୍ଟ ଅନୁଯାୟୀ, ଏହା ଅକ୍ଟୋବର ୨ରେ ଡିପ୍ରେସନ୍‌ରେ ପରିଣତ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ।

ଅକ୍ଟୋବର ୧ରୁ ଉପକୂଳ ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ, ଯାହା ଦୁର୍ଗାପୂଜାର ବାହାରେ କାର୍ଯ୍ୟକ୍ରମ ଓ ଯାତ୍ରା ଯୋଜନାକୁ ପ୍ରଭାବିତ କରିପାରେ। ୨ ଓ ୩ ଅକ୍ଟୋବରରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ଢେଙ୍କାନାଳ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ ଓ ନୂଆପଡ଼ା ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ।

Leave A Reply

Your email address will not be published.