ଓଡ଼ିଆ ନ୍ୟୁଜ୍: ଗଜପତି ଆର.ଉଦୟଗିରି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ପଟ୍ଟନାୟକ କଲୋନୀ ଭିତରେ ପଶିଲା ଶଙ୍ଖ ନଦୀର ପାଣି। ଲୋକଙ୍କ ଘର ଭିତରେ ପଶିଲା ପାଣି, କାର୍ ମଧ୍ୟ ପାଣିରେ ଭାସିଲା। ସେପଟେ ପୋଲ ଉପରେ ଫୁଟେ ଉଚ୍ଚର ପାଣି ପ୍ରବାହିତ। କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର ପରିସରରେ ଏକ ବୋଲେରା ଗାଡିଟି ବୁଡି ଯାଇଛି। ଉଦୟଗିରି ଠାରୁ ରାମଗିରିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ପଡିବା ସହ ପାହାଡ଼ରୁ ଅତଡ଼ା ଖସିଛି।
ଖଜୁରୀପଦା ୩୨୬ ଜାତୀୟ ରାଜପଥରେ ୨ ଫୁଟ୍ର ପାଣି , ଛେଳିଗଡ଼ ପଞ୍ଚାୟତର ଡେଙ୍ଗା ଆମ୍ବ ନିକଟରେ କଲଭର୍ଟଟି ଭୁଶୁଡି ପଡିଛ। ମହେନ୍ଦ୍ରଗଡ଼ର ଲବାର ସିଂ ଠାରେ ଏକ ଘର ଭୁଶୁଡିପଡ଼ିଛି । ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ଜାତୀୟ ରାଜପଥ ରାସ୍ତା ଉପରେ ତିନି ଫୁଟ୍ର ପାଣି ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଲୋକେ ଅଭିଯୋଗ କରିଛନ୍ତି।