ତାତିରେ ଜଳୁଛି ସାରା ଓଡ଼ିଶା, ଆଗାମୀ ୨୪ ଘଣ୍ଟା ଭିତରେ ପାଗରେ ହେବ ନାହିଁ ପରିବର୍ତ୍ତନ

0

ଓଡି୍ଆ ନ୍ୟୁଜ୍(ବ୍ୟୁରୋ):  ଆକାଶରୁ ଅଗ୍ନିବର୍ଷା । ମୁଣ୍ଡଫଟା ଖରା । ଗରମ ସାଙ୍ଗକୁ ଗୁଳୁଗୁଳି । ତାତିରେ ଜଳୁଛି ସାରା ଓଡ଼ିଶା । ଝାଞ୍ଜି ପବନ କରୁଛି କଲବଲ । ଆଗାମୀ ୨୪ ଘଣ୍ଟା ଭିତରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବାର ସମ୍ଭାବନା ରହିଛି । ପୁଣି ପରବର୍ତ୍ତୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିପାରେ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଆଜିଠୁ ୨୫ ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 ଅସହ୍ୟ ତାତି ଯୋଗୁ ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ତାତି ସାଙ୍ଗକୁ ପୁଣି ବିଭିନ୍ନ ସ୍ଥାନରେ ଲୋ ଭୋଲଟେଜ ସମସ୍ୟା । କିଛି ସ୍ଥାନରେ ଅଘୋଷିତ ବିଜୁଳି କାଟ୍‌ ଅଭିଯୋଗ । ଲୋକମାନେ ଖରାରୁ ବର୍ତ୍ତିବା ପାଇଁ ଆଖୁରସ, ଲସି ପିଉଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଏବେଠୁ ଜଳକଷ୍ଟ ବି ଆରମ୍ଭ ହୋଇଗଲାଣି । ହିଟୱେଭ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଅନେକ ସ୍ଥାନରେ ଜଳଛତ୍ର ଖୋଲିଲାଣି ।..

Leave A Reply

Your email address will not be published.