ପଶ୍ଚିମବଙ୍ଗ ଆଖିରେ ସବୁଠୁ ବେଶୀ ଲୁହ ଦେଇଛି କରମଣ୍ଡଳ ଟ୍ରେନ ଟ୍ରାଜେଡି: ଘଟଣା ସ୍ଥଳରେ କଥା କଟାକଟି ହେଲେ ରେଳମନ୍ତ୍ରୀ ଓ ଦିଦି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗ ଆଖିରେ ସବୁଠୁ ବେଶୀ ଲୁହ ଦେଇଛି କରମଣ୍ଡଳ ଟ୍ରେନ ଟ୍ରାଜେଡି। ମୃତକଙ୍କ ଭିତରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର। ଦୁଃଖ ଦେଇଥିବା ବାହାନଗା ଦୁର୍ଘଟଣା ସ୍ଥଳରେ ଆଜି ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ। ଦୁର୍ଘଟଣାର ଭୟବହତା ଦେଖିଥିଲେ। ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀଙ୍କ ସାମ୍ନାରେ ବ୍ୟବସ୍ଥାକୁ ଦାୟୀ କରିଥିଲେ ଦିଦି। କରମଣ୍ଡଳ ଏକ୍ସପ୍ରେସରେ ଆଣ୍ଟି କଲିଜିଅନ ଡିଭାଇସ୍‌ ନଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଟିଏମସି ବସ୍‌। ସେ ରେଳ ମନ୍ତ୍ରୀ ଥିବା ବେଳେ ଆଣ୍ଟି କଲିଜିଅନ ଡିଭାଇସ ବ୍ୟବସ୍ଥା ଆରମ୍ଭ କରିଥିଲେ। କରମଣ୍ଡଳରେ ଏହି ଡିଭାଇସ ଥିଲେ ଏତେ ଲୋକଙ୍କ ମୃତ୍ୟୁକୁ ଅଟକା ଯାଇ ପାରିଥାନ୍ତା। କାହାକୁ ଜୀବନ ଫେରାଇ ଦେଇ ହେବନି। ଏବେ ଉଦ୍ଧାର କାର୍ଯ୍ୟ ଏବଂ ରେଳ ଚଳାଚଳକୁ ସ୍ୱାଭାବିକ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଦିଦି କହିଛନ୍ତି।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି। ଅଶ୍ଵିନୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ମମତା ଅସହମତି ପ୍ରକାଶ କରିଛନ୍ତି। ସଠିକ୍ ତଥ୍ୟ ଦେବା ପାଇଁ ମମତା କହିଛନ୍ତି।

ସୂଚନାନୁଯାୟୀ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩୮ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଅସହମତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହା କାଲିର ତଥ୍ୟ । ୩ଟି ବଗିରେ ଆହୁରି ମୃତଦେହ ଅଛି। ମୃତ୍ୟୁ ସଂଖ୍ୟା ୨୩୮ ନୁହେଁ ୫୦୦ ହେବ। ସଠିକ୍ ତଥ୍ୟ ଦିଆଯାଉ। ଆଣ୍ଟି କୋଲିସନ୍ ସିଷ୍ଟମ ନଥିବାରୁ ଦୁର୍ଘଟଣା ହୋଇଥିବା ମମତା କହିଥିଲେ।

ଅପର ପକ୍ଷରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ସରିବା ପରେ ମରାମତି କାମ ଆରମ୍ଭ ହୋଇଛି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।

Leave A Reply

Your email address will not be published.