ଭାତର-ଇଣ୍ଡିଜ ପ୍ରଥମ ଦିନିକିଆ : ୯୯ ରନରେ ହରାଇଲାଣି ୭ଟି ଓ୍ବିକେଟ୍ ଓ୍ବେଷ୍ଟଇଣ୍ଡିଜ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାତର-ଇଣ୍ଡିଜ ପ୍ରଥମ ଦିନିକିଆରେ ୯୯ ରନରେ ହରାଇଲାଣି ୭ଟି ଓ୍ବିକେଟ୍ ଓ୍ବେଷ୍ଟଇଣ୍ଡିଜ।  ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାର୍ବାଡୋସରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏହି ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ମାତ୍ର  ୨୦ ଓଭର ହୋଇଥିବାବେଳେ, ଘରୋଇ ଦଳ ମାତ୍ର ୧୦୪ ରନରେ ୭ଟି ଓ୍ବିକେଟ୍ ହରାଇ ସାରିଲାଣି । ଦଳର ସ୍କୋର ୯୯ ରନ ଥିବାବେଳେ ଦଳର ୭ମ ଓ୍ବିକେଟର ପତନ ହୋଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟରମାନଙ୍କୁ ସବୁଠାରୁ ଅଧିକ ସମସ୍ୟାରେ ପକାଇଛନ୍ତି । ଏ ପର୍ଯ୍ୟନ୍ତ ସେ ୨୯ ରନ ଦେଇ ୩ଟି ଓ୍ବିକେଟ ନେଇସାରିଲେଣି । ସେହିପରି ଶାର୍ଦ୍ଦୁଲ ଠାକୁର, ମୁକେଶ କୁମାର, କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହି ମ୍ୟାଚରେ ବୋଲର ମୁକେଶ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିବା ବେଳେ ଇଶାନ କିଶନ ୱିକେଟକିପର ଭାବେ ଖେଳୁଛନ୍ତି

Leave A Reply

Your email address will not be published.