ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ନନ୍ଦନକାନନରେ ପ୍ରାଣୀ ମଡ଼କ । ଅଳ୍ପ କିଛିଦିନ ତଳେ ଏକ ସିଂଘୀର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଆଉ ଏକ ଭାଲୁର ମୃତ୍ୟୁ ହୋଇଛି । ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣା ଯାଇଥିଲା । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଯାହା ନନ୍ଦନକାନନ କତୃପକ୍ଷଙ୍କ ଦାୟିତ୍ୱ ପ୍ରତି ସନ୍ଦିହାନ ସୃଷ୍ଟି କରିଛି । ଯଦି ପ୍ରକୃତରେ ସଠିକ୍ ଭାବରେ ପ୍ରାଣୀମାନଙ୍କ ଚିକିତ୍ସା ସଠିକ୍ ଭାବରେ କରାଯାଉଥାଆନ୍ତା ତାହେଲେ ଗୋଟେପରେ ଗୋଟେ ଜନ୍ତୁଙ୍କର ମୃତ୍ୟୁ ଅକାରଣରେ ଘଟନ୍ତାନି । ଭାଲୁର ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି ।
କହିରଖୁ କି, ଗତ ୨୮ ତାରିଖରେ ସାପ କାମୁଡାରେ ନ୍ଦନକାନନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଥିଲା । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣଶଯାଇଥିଲା ।