ଛାଡଖାଇର ପ୍ରକୃତ ଅର୍ଥ କଣ?…ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସରିଲା କାର୍ତ୍ତିକ ମାସ । ଚଳିତ ବର୍ଷର କାର୍ତ୍ତିକ ମାସ ଶେଷ ହୋଇଛି । ଆଜି ସାରା ଓଡିଶା ପାଳୁଛି ଛାଡଖାଇ । ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ । ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ । କେହି କେହି କେବଳ ପଞ୍ଚୁକ ପାଞ୍ଚଦିନ ମାନନ୍ତି । ତା ପରଦିନ ପ୍ରାୟ ସମସ୍ତଙ୍କ ଘରେ ହୁଅ ଆମିଷ । ଅମିଷ ମାକେର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳେ । ଏହି ଅବସରେ ଆମିଷ ବେପାରୀ ମାଛ, ମାଂସ ସବୁର ଦର ଦାମ ବଢାଇ ମଧ୍ୟ ଦିଅନ୍ତି ।

ତେବେ ଛାଡଖାଇ ର ପ୍ରକୃତ ଅର୍ଥ କଣ ଆମିଷ ଭୋଜନ କରିବା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଆସନ୍ତୁ ଜାଣିବା । କାର୍ତିକ ମାସରେ ହବିଷ କରୁଥିବା ହବିଷିଆଳି ମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । କାର୍ତ୍ତିକ ପୂର୍ଣ୍ଣିମୀ ପରଦିନ ଛାଡଖାଇର ଅସଲ ଅର୍ଥ ସେହିଦିନ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି । ଯାହାକୁ ଛାଡଖାଇ କୁହାଯାଏ । ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଆମିଷ ଭକ୍ଷଣ କରିଥାଉ । ଯାହା ଆମ ପରମ୍ପରାକୁ ଆଘାତ ପଂହଚାଇ ଥାଏ । ତେବେ ଛାଡଖାଇର କିଛି ଅନ୍ୟ ଅର୍ଥ ମଧ୍ୟ ରହିଛି । ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି। ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି। ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି। ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା। ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା। ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ। ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା। ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି। ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ। କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ। ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ଆମିଷ ଖାଇବାର ସବୁଠାରୁ ଭଲ।

Leave A Reply

Your email address will not be published.