ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ମଙ୍ଗଳବାର ଗୁଆହାଟୀରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ରହିଥିବାବେଳେ ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ବଞ୍ଚାଇ ରଖିବା ନେଇ ପ୍ରୟାସ କରିବ। ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୨-୦ରେ ଆଗୁଆ ଥିବାରୁ ଆତ୍ମବିଶ୍ବାସ ଶିଖରରେ ରଖିଛି।

ତ୍ରୁଟିଶୂନ୍ୟ ବ୍ୟାଟିଂ କରି ଏହି ଯୁବ ସେନା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଛି। ବର୍ଷାପଡ଼ା ଷ୍ଟାଡିୟମ୍ ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ଆଗୁଆ ସିରିଜ ସିଲ କରିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତ । ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟ ହାସଲ କରିଥିଲା ଭାରତ । ଆଜି ତୃତୀୟ ମ୍ୟାଚରେ ମଧ୍ୟ ଉଭୟ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ବିଶେଷ କରି ବିସ୍ଫୋରକ ବ୍ୟାଟିଂ ଉପରେ ଫୋକସ ରଖିଛି ଟିମ । ଈଶାନ କିଶନ, ଯଶ୍ବସୀ ଜୈସ୍ବାଲଙ୍କ ବ୍ୟାଟିଂ ଉପରେ ଅଧିକ ନଜର ରହିବ ।

ଦ୍ବିତୀୟ ମ୍ୟାଚରେ ଈଶାନ କିଶନ 25 ବଲରେ 53ରନ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ସେହିପରି ଯୁବ ବ୍ୟାଟର ଯଶସ୍ବୀ ଜୈସ୍ବାଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦ୍ବିତୀୟ ମ୍ୟାରେ 44ରନରେ ବିଜୟ ହାସଲ କରିଥିଲା ଭାରତ । ପ୍ରଥମ ମ୍ୟାଚରେ ଦମଦାର ପାଳି ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଉ 60 ରନ କଲେ ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ଟି-ଟ୍ବେଣ୍ଟିରେ 2 ହଜାର ରନ ପୂରଣ କରିବେ । ବୋଲିଂରେ ରବି ବିଷ୍ଣୋଇଙ୍କ ଉପରେ ନଜର ରହିବ । ପୂର୍ବ ମ୍ୟାଚରେ ସେ ଘାତକ ସାବ୍ୟସ୍ତ ହୋଇଥିଲେ ।ଅନ୍ୟପଟେ ଲାଗାତାର 2ଟି ମ୍ୟାଚ ହାରିବାର ପରେ କଙ୍ଗାରୁ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

ଗୌହାଟୀରେ ଦଳ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ଅଧିନାୟକ ମାଥ୍ୟୁ ହେଡଙ୍କ ରଣନୀତି କାମ ଦେଉନାହିଁ । ଦଳ ଉପରେ ସୂର୍ଯ୍ୟସେନା ଭାରି ପଡିଛି । କଷ୍ଟକର ସ୍ଥିତିରେ ଦଳ ନିକଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର କ୍ଷମତା ରହିଛି । ତେଣୁ ଆଜି ଦଳ ଖାତା ଖୋଲିବା ସହ ସିରିଜକୁ ଫେରିବାକୁ ପ୍ରୟାସ କରିବ ।

Leave A Reply

Your email address will not be published.