କଟକ ଜିଲ୍ଲାପାଳଙ୍କ ହ୍ବାର୍ଟସଆପ ହ୍ୟାକ୍, ସମ୍ପକୀୟଙ୍କୁ ଟଙ୍କା ମାଗୁଛି ସାଇବର ଠକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାପାଳଙ୍କ ନାମରେ ଏହି ୭୬୯୬୯୧୮୧୫୧ ନମ୍ବର ଜରିଆରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। କେହି ଜଣେ ବ୍ୟକ୍ତି ପ୍ରତାରଣା ପୂର୍ବକ ଏଭଳି କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଛି। ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଟକ ଭୁବନେଶ୍ବର ପୋଲିସ କମିଶନରେଟର ଆୟୁକ୍ତ ଓ ଉପ ଆୟୁକ୍ତଙ୍କୁ ଜଣାଇଛନ୍ତି।

ଏହି ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ସମାଜର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମର ପ୍ରତିନିଧିମାନେ ଏହାକୁ ଗୁରୁତର ସହ ଗ୍ରହଣ କରି ଏଭଳି ଅପରାଧିକ କାର୍ଯ୍ୟ କଳାପକୁ ନିରୁତ୍ସାହିତ କରିବା ସମ୍ବନ୍ଧରେ ସମ୍ବାଦ ପରିବେଷଣ କରିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.