ବାପା ବସୁଥିବା ଆସନ ଦେଖି ଭାବବିହ୍ୱଳ ହେଇଗଲି: ଦୀପାଳି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମେ ବାଚସ୍ପତି ନିର୍ବାଚନ ପରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ଏଥିରେ ପ୍ରଥମ ଥର କରି ଯୋଗ ଦେଇଥିଲେ ଝାରସୁଗୁଡ଼ା ଆସନରୁ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝିଅ ଦୀପାଳି ଝାରସୁଗୁଡ଼ା ଆସନରୁ ବିଜୟୀ ହୋଇଥିଲେ । ଏହି ଅବସରରେ ଦୀପାଳି କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ । ଆଜି ମୁଁ ବହୁତ ଭାବବିହ୍ଵେଳ ହୋଇଗଲି । ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି ।

ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ । ଆଜି ପ୍ରଥମ ଥର ବିଧାନସଭା ଆସିଛି । କିନ୍ତୁ ଦେଖିବାକୁ ବାପା ନାହାଁନ୍ତି ।

Leave A Reply

Your email address will not be published.