କେବେ ଆସିବ ମୌସୁମୀ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :   ଏବର୍ଷ ବିଳମ୍ବ କରି ଆସୁଛି ମୌସୁମୀ । ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁବ, କିନ୍ତୁ ସୋମବାର ପାଣିପାଗ ବିଭାଗ ପକ୍ଷରୁ ଆସିଥିବା ସର୍ବଶେଷ ସୂଚନା ଅନୁସାରେ ମେ ୩୦ ତାରିଖରେ ଆଣ୍ଡାମାନ ଛୁଇଁବ ମୌସୁମୀ । ଏଣୁ ମୌସୁମୀ ଜୁନ ୪ରେ କେରଳ ଛୁଇଁବାର ସମ୍ଭାବନା କମିଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଆଜି  ଏକ ଟୁଇଟ କରି  କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟାରେ ମୌସୁମୀ ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁବ।କିଛିଦିନ ପୂର୍ବେ ପାଣିପାଗ ବିଭାଗ କହିଥିଲା ଯେ ଜୁନ ୪ରେ ଆସିବ ମୌସୁମୀ । ଏହି ହିସାବ ଅନୁସାରେ ଜୁନ ୧୧-୧୨ ଆଡକୁ ଓଡ଼ିଶା ଆସିବାର ଥିଲା ମୌସୁମୀ ।

କିନ୍ତୁ ଯଦି ଜୁନ ୪ରେ ମୌସୁମୀ କେରଳ ଆସିବନି, ତେବେ ଓଡ଼ିଶା ଆସୁ ଆସୁ ଜୁନ ୧୫ ଟପିଯିବ । ଏଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସିଝୁଥିବା ଓଡ଼ିଶା ବାସୀଙ୍କୁ ଆଉ କିଛି ଦିନ କଷ୍ଟ ସହିବାକୁ ପଡ଼ିବ ।

 

Leave A Reply

Your email address will not be published.