କେବେ ବନ୍ଦ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ: କ’ଣ ଉତ୍ତର ଦେଲେ ଜେଲେନସ୍କି?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ ଏବଂ କ୍ଷଷ ମଧ୍ୟରେ ଯୁଦ୍ଧ କେବେ ବନ୍ଦ ହେବ? ଏହାର ଉତ୍ତର କେହି ଜାଣନ୍ତି ନାହିଁ । ଏହି ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ତାଙ୍କ ଦେଶରେ ଯୁଦ୍ଧ କେତେ ଦିନ ଚାଲିବ ତାହା କେହି ଜାଣି ନାହାଁନ୍ତି, କିନ୍ତୁ ୟୁକ୍ରେନ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ମୁହାଁମୁହିଁ ହୋଇ ଋଷର ସୈନିକମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛନ୍ତି। ଜେଲେନସ୍କି ତାଙ୍କ ଭିଡିଓରେ କହିଛନ୍ତି ଯେ ଡୋନାବସ୍ ଅଞ୍ଚଳରେ ଋଷର ସୈନ୍ୟବାହିନୀକୁ ରୋକିବା ପାଇଁ ୟୁକ୍ରେନ ଏହାର ପ୍ରତିରକ୍ଷା ପାଇଁ ଗର୍ବିତ।

ଯୁଦ୍ଧ ଆରମ୍ଭ ହେବାର ୧୦୮ ଦିନ ବିତିଗଲାଣି ।
ସେ କହିଛନ୍ତି ଯେ ଏହା ଯୁଦ୍ଧର ୧୦୮ ତମ ଦିନରେ ପହଞ୍ଚିଛି। ୟୁକ୍ରେନର ରାଜଧାନୀ କିଭକୁ କାବୁ କରିବାରେ ବିଫଳ ହେବା ପରେ ଋଷ ମୁଖ୍ୟତ ଋଷିଆ ଭାଷାଭାଷୀ ଡୋନବାସର କିଛି ଅଂଶ ତଥା ଦେଶର ଦକ୍ଷିଣ ଉପକୂଳକୁ କାବୁ କରିବା ଉପରେ ଧ୍ୟାନ ଦେଇଥିଲା। ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧର କୌଣସି ଅନ୍ତ ନାହିଁ। ନିଜକୁ ରକ୍ଷା କରିବା ପାଇଁ ୟୁକ୍ରେନ ସବୁକିଛି କରିବା ଉଚିତ୍ ।

 

Leave A Reply

Your email address will not be published.