ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩ରାଜ୍ୟରେ ବିଜୟୀ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପି ଚତ୍ମକାର ବିଜୟ ହାସଲ କରିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିଛି । ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅନେକ ନେତା ।
ଏହି ୪ଟି ରାଜ୍ୟ ମଧ୍ୟରୁ ତିନିଟି ରାଜ୍ୟର ମୁଖମନ୍ତ୍ରୀ ଦଳର ପରାଜୟ ପରେ ସେମାନେ ଇସ୍ତଫା ଦେଇଛନ୍ତି । ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ନିଜର ଦଳର କ୍ଷମତା ବଜାୟ ରଖିଛନ୍ତି । କିନ୍ତୁ ଯାହା ଖବର ମିଳୁଛି ତାଙ୍କର ଆସନ ମଧ୍ୟ ସୁରକ୍ଷିତ ନୁହେଁ । ତାଙ୍କ ବଦଳରେ ଅନ୍ୟ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ବିଜେପି ବିଚାର କରୁଥିବାର ଶୁଣିବାକୁ ମିଳୁଛି । ଯଦିଓ ଶିବରାଜ ଚୌହାନ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଆଗରେ ରହିଛନ୍ତି , ତାଙ୍କ ପଛକୁ ଆହୁରି ନେତା ଏହି ପଦ ପାଇଁ ରହିଛନ୍ତି । ଯେମିତିକି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ନରେନ୍ଦ୍ର ସିଂହ ତୋମର, କୈଳାସ ବିଜୟବର୍ଗୀୟ, ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ନେତାଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିପାରନ୍ତି ।
ସେପଟେ ଛତିଶଗଡ ହେଉଛି ଏକ ଆଦିବାସୀବହୁଳ ରାଜ୍ୟ । କୁହାଯାଉଛି କି ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ବିଜେପିର ୭ଜଣ ନେତା ଏବେ ଦାବିଦାର ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଦଳର ବରିଷ୍ଠ ନେତା ଅରୁଣ ସାଓ, ବ୍ରିଜମୋହନ ଅଗ୍ରୱାଲ, ଲତା ଉସେଣ୍ଡି, ରେଣୁକା ସିଂହ, ବିଜୟ ବାଘେଲ ଓ ସରୋଜ ପାଣ୍ଡେ । ରମଣ ସିଂହ ୧୫ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ଯେହେତୁ ଛତିଶଗଡ ଗୋଟେ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ଯଦି ଜଣେ ଆଦିବାସୀ ଚେହେରା ଚୟନ କରାଯାଏ ତେବେ ଭଲ ହୁଅନ୍ତା ।
ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପୂବର୍ତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ବାଲକ ନାଥ ।