କିଏ ହେବ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ନେବେ ସୋନିଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜସ୍ଥାନ ରାଜନୀତିରେ ଚାଲିଛି ମହା ସଙ୍କଟ । କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀ ଦରବାରରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ଉପସ୍ଥିତି ଜାରି ରହିଛି। ଏହା ଅଧୀନରେ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ସୋନିଆଙ୍କ ସହ ସଚିନଙ୍କ ବୈଠକ ଆଜି ସନ୍ଧ୍ୟା ୭ ରୁ ୮ ମଧ୍ୟରେ ସ୍ଥିର ହୋଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୋନିଆଙ୍କୁ ଭେଟିବା ପରେ କ୍ଷମା ମାଗିଥିଲେ। ଏହାପରେ ସେ କଂଗ୍ରେସ ଅଧ୍ୟ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ତେଣୁ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ, ତାକୁ ନେଇ ସସପେନ୍ସ ଲାଗି ରହିଛି । କିନ୍ତୁ କିଏ ହେବ, ତାହାକୁ ନେଇ ଶେଷ ନିଷ୍ପତ୍ତି ନେବେ ସୋନିଆ ଗାନ୍ଧୀ ।

Leave A Reply

Your email address will not be published.