ଓଡ଼ିଶାରେ କିଏ ସରକାର ଗଢ଼ିବ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ କିଏ ସରକାର ଗଢ଼ିବ? ବିଜେପି, ବିଜେଡି ନା କଂଗ୍ରେସ? ତାହା ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ର ଏକ ଚିତ୍ର ମଧ୍ୟାହ୍ନ‌ ବେଳକୁ ଆସିଯିବ। ରାଜ୍ୟର ୨୫ବର୍ଷର ସ୍ଥାୟୀ ବିଜେଡି ସରକାରର ସଫଳତାକୁ ଲୋକ ବିଶ୍ବାସ କରିଛନ୍ତି ନା ସରକାର ଗଢ଼ିବାକୁ ଅାଶାରେ ଥିବା ବିଜେପି, କଂଗ୍ରେସ ରାଜ୍ୟ ସରକାରଙ୍କ ଯେଉଁ ଦୋଷ ଦୁର୍ବଳତା କାଢ଼ିଛନ୍ତି ତାକୁ ବିଶ୍ବାସ କରୁଛନ୍ତି।

ଜନତା ଜନାର୍ଦ୍ଦନଙ୍କ ବିଶ୍ବାସ ଜିଣି କିଏ ଓଡ଼ିଶାରେ ସରକାର ଗଢ଼ିବ ତାହା ଆଜି ଜଣାପଡ଼ିବ। ତେବେ ଆଜି ଆସିବାକୁ ଯାଉଛି ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ରେଜଲ୍ଟ ।  ସକାଳ 8ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି  । 147 ବିଧାନସଭା ଓ 21 ଲୋକସଭା ଆସନର ଫଳାଫଳ ଆସିବ । ଅଢେଇ କୋଟି ମତଦାତାଙ୍କ ମତ ଦେଇଥିବା ବେଳେ 70ଟି କେନ୍ଦ୍ରରେ ଗଣତି ଜାରି ରହିଛି । ପ୍ରଥମେ ପୋଷ୍ଟାଲ ବାଲଟ ଓ ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି କରାଯାଇଛି ।

ଫଳାଫଳକୁ ନେଇ ଆଶା ଆଶଙ୍କାରେ ନେତା ଥିବା ବେଳେ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି  । ଏପ୍ରିଲ 19 ତାରିଖ ଠାରୁ ଜୁନ 1 ତାରିଖ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ଲୋକସଭାର ମୋଟ 543ଟି ଆସନରୁ 542ଟିରେ ପଡ଼ିଥିଲା ଭୋଟ୍‌ । ତେବେ ଭୋଟ ଗଣତି ଚାଲିଥିବା ବେଳେ ଏନେଇ ପ୍ରେସମିଟ କରି ଅଧିକ ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  ।

Leave A Reply

Your email address will not be published.