ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ସହ ଓଡିଶା ଓ ଆନ୍ଧ୍ରରେ ସଂଖ୍ୟା ବହୁମତ ଆଡକୁ ବଢୁଛି ବିଜେପି । ଏ ପର୍ଯ୍ୟନ୍ତ ଅନେକ କେନ୍ଦ୍ର ମନ୍ତ୍ରୀ ପ୍ରାରମ୍ଭିକ ଧାରାରେ ପଛରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିହାରର ବେଗୁସରାଇରୁ ପଛରେ ଥିବା ବେଳେ ସ୍ମୃତି ଇରାନୀ ବର୍ତ୍ତମାନ ୟୁପିର ଆମେଠିରୁ ପଛରେ ଅଛନ୍ତି। ଏଥର ଅନେକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିର୍ବାଚନ ମଇଦାନରେ ଥିଲେ। ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଦେଶରେ ସଭା ଓ ରାଲି କରି ନିର୍ବାଚନର ପରିବେଶ ସୃଷ୍ଟି କରିଥିଲେ। ତାଙ୍କ ବ୍ୟତୀତ ସରକାରରେ ମନ୍ତ୍ରୀ ଥିବା ଅନେକ ଭେଟେରାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି।
ରାଜ୍ୟ ସଭାରୁ ଆସି ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏଥର ମୁମ୍ବାଇ ଉତ୍ତରରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ଅଗ୍ରଣୀ ଅଛନ୍ତି । ବିଭିନ୍ନ ରାଜ୍ୟର ବିଭିନ୍ନ ଆସନରେ ବିଜେପି ଓ ସହଯୋଗୀ ଦଳର ପ୍ରାର୍ଥୀମାନେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଠାରୁ ଆଗରେ ରହିଛନ୍ତି । କେନ୍ଦ୍ରରେ ସଂଖ୍ୟା ବହୁମତ ପାଇଁ 272 ଆସନ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ‘ଏନଡିଏ’ ପ୍ରାୟ 3ଶହ ଆସନରେ ଆଗରେ ରହିଛି । ଯଦି ଟ୍ରେଣ୍ଡର ଏହି ଧାରା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହେ, ତେବେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ତୃତୀୟ ଥର ସରକାର କରିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗାନ୍ଧୀନଗରରୁ ଅମିତ ଶାହ, ଆମେଠିରୁ ସ୍ମୃତି ଇରାନୀ, ଥିରଅନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ନାଗପୁରରୁ ନୀତିନ ଗଡକରୀ, କର୍ଣ୍ଣାଟକ ଧରଓ୍ବାଡରୁ ପ୍ରହ୍ଲାଦ ଯୋଶୀ ଓ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭଲ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ଚାଲିଛନ୍ତି । ଏକାଧିକ ହାଇ ପ୍ରୋଫାଇଲ ଆସନରେ ବିଜେପି ପ୍ରାର୍ଥୀଙ୍କ ସହ କଂଗ୍ରେସ ପ୍ରାର୍ଥୀଙ୍କ ଟକ୍କର ହେଉଛି ।