ତାଜ୍‌ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ତୋଗଲକାବାଦ୍‌-ଓଖଲା ମଧ୍ୟରେ ଏହି ଘଟଣା ଘଟିଛି। ଏକ୍ସପ୍ରେସର ୩ଟି କୋଚ୍‌ରେ ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି। ତେବେ କୌଣସି ମୃତାହତ ଖବର ମିଳିନି।

ଘଟଣାସ୍ଥଳରେ ତାଜ ଏକ୍ସପ୍ରେସ ଟ୍ରେନର ତିନିଟି କୋଚରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିଶମବାହିନୀ କର୍ମଚାରୀ ନିଆଁ ଲିଭାଇବା କାମ ଚଳାଇଛନ୍ତି। ନିଆଁ ଲାଗିବା ବେଳେ କୋଚ୍‌ରେ ଥିବା ସମସ୍ତ ଯାତ୍ରୀ ବଗିରୁ ଓହ୍ଲାଇଯାଇଥିଲେ ଅଥବା ଅନ୍ୟ କୋଚକୁ ଯାଇଥିଲେ । ସଂପୂର୍ଣ୍ଣ ନିଆଁ ଲାଗିବା ବେଳକୁ କୋଚ୍‌ଟି ଖାଲି ଥିଲା।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗର ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଖୁବଶୀଘ୍ର ନିଆଁ ଲାଗିବାର କାରଣ ଜଣାପଡିବ ଓ ତଦନ୍ତ ହେବ ବୋଲି ରେଲୱେ ଡିସିପି ସୂଚନା ଦେଇଛନ୍ତି।

Comments are closed.