ଫୁଲର ରଙ୍ଗ କାହିଁକି ରଙ୍ଗୀନ ହୋଇଥାଏ

ଭିନ୍ନ ଭିନ୍ନ ରଙ୍ଗର ଫୁଲ କେମିତି ଫୁଟେ ଥରେ ଭାବିଛନ୍ତି କି ?

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଫୁଲର ରଙ୍ଗ କାହିଁକି ରଙ୍ଗୀନ ହୋଇଥାଏ । କେବେ ଆପଣ ଚିନ୍ତା କିରିଛନ୍ତି କି । ଭିନ୍ନ ଭିନ୍ନ ରଙ୍ଗର ଫୁଲ କେମିତି ଫୁଟେ ଥରେ ଭାବିଛନ୍ତି କି ? ପ୍ରତ୍ୟେକଟି ମଣିଷ ଜୀବନରେ ଫୁଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ପୂଜା ହେଉକି ବାହାଘର ବା ଅନ୍ୟାନ୍ୟ ଉସôବ । ସବୁ କାମରେ ପ୍ରଥମେ ରହିଥାଏ ଫୁଲର ମହତ୍ୱ । କାରଣ ଫୁଲ ମାନବ ଜୀବନରେ ଏକ ସକରାତ୍ମକ ଭାବନ ସୃଷ୍ଟି କରିଥାଏ । ଫୁଲର ରଙ୍ଗ ଓ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ସୁଗନ୍ଧ ସବୁବେଳେ ପ୍ରତ୍ୟେକ ମଣିଷର ହୃଦୟକୁ ସର୍ବଦା ଆକର୍ଷିତ କରିଥାଏ । ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା ଫୁଲର ରଙ୍ଗ ଗୋଟେ ପ୍ରକାରର ନ ହୋଇ କାହିଁକି ହୋଇଥାଏ ଭିନ୍ନ ରଙ୍ଗର ।

କିଛି ରାସାୟନିକ ପ୍ରକ୍ରିୟା ଦ୍ୱାରା ଫୁଲର ରଙ୍ଗ ନିର୍ଣ୍ଣୟ କରାଯାଏ । ରଙ୍ଗ ପାଇବାରେ ସାହାର୍ଯ୍ୟ କରୁଥିବା ରାସାୟନିକ ପଦାର୍ଥକୁ କୁହାଯାଏ “ଆନ୍ଥୋସାୟାନିନ୍’ । ଏହି ରାସାୟନିକ ପଦାର୍ଥ ଫୁଲର ରଙ୍ଗ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । “ଆନ୍ଥୋସାୟାନିନ୍’ ଗୁଡିକ ରଙ୍ଗରେ ପିଗମେଂଟ ସୃଷ୍ଟି କରେ ଯାହା ଫୁଲର ପତ୍ର, କଢ ଏବଂ ଫୁଲର ଅନ୍ୟାନ୍ୟ ଅଂଶରେ ଦେଖାଯାଏ । କିଛି ଫୁଲ ଏମିତି ବି ଅଛି ଯାହା ଗୋଟିଏ ରଙ୍ଗର ହୋଇଥାଏ । ଏହି ଫୁଲ ଗୁଡିକର ରଙ୍ଗ “କାରୋଟିନଏଡ’ ରାସାୟନିକ ପଦାର୍ଥ ହେତୁ ହୋଇଥାଏ । ଯାହା ଫୁଲର ପିଗମେଂଟ ଗୁଡିକୁ ନିର୍ଦ୍ଧିଷ୍ଟ ରଙ୍ଗରେ ପରିଣତ କରିଥାଏ । ଯେମିତି କି ନାଲି ଗୋଲାପ, ହଳଦିଆ ସୂର୍ଯ୍ୟମୁଖୀ ଫୁଲ, ଗେଣ୍ଡୁଫୁଲ ଏହି ଫୁଲରେ “କାରୋଟିନଏଡ’ ଥିବାରୁ ଏହି ଫୁଲ ଗୁଡିକ ଗୋଟିଏ ରଙ୍ଗରେ ଫୁଟିଥାଏ । କିଛି ଫୁଲ ଅଛି ଯାହା ଉଜ୍ଜଳ ରଙ୍ଗର ହୋଇଥାନ୍ତି ।

ଏଥିରେ “ଆନ୍ଥୋସାୟାନିନ୍’ ଏବଂ “କାରୋଟିନଏଡ’ ଉଭୟ ରାସାୟନିକ ରହିଥାଏ । ଯେଉଁଥିପାଇଁ ସେଇ ଫୁଲ ଗୁଡିକ ବିଭିନ୍ନ ରଙ୍ଗର ଦେଖାଯାଇଥାଏ । ତେଣୁ ଏହି ଜାତିର ଫୁଲ ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ତେବେ ପତ୍ର ସବୁଜ ରଙ୍ଗର ହେବାର କାରଣ ହେଉଛି କ୍ଲୋରୋଫିଲ୍ ।

Leave A Reply

Your email address will not be published.