ଜେନା ବାବୁଙ୍କୁ ନେଇ କାହିଁକି ବଢୁଛି ଚର୍ଚ୍ଚା ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚର୍ଚ୍ଚା ଚର୍ଚ୍ଚତ ଚେହେରା- ରତ୍ନଗିରିର ରତ୍ନ ଶ୍ରୀକାନ୍ତ ଜେନା । ୭୦ ଦଶକରୁ ଏ ଚେହେରା ଖାଲି ବିଧାନସଭା ନୁହେଁ, ଲୋକସଭାରେ ଦମ୍ ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ବିଜୁ ବାବୁଙ୍କ ସହ ଜନତା ଦଳର ନେତୃତ୍ୱ ନେବା ହେଉ କି, କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ପଦବୀ ହେଉ । ରାଜନୀତିରେ ଅଭିଜ୍ଞ, ଶାଣିତ ସ୍ୱର କ୍ଷମତାରେ ନଥାଇ ମଧ୍ୟ ରାଜ୍ୟ ରାଜନୀତି ସେ ହେଡ଼ଲାଇନ । ୨ ଦଶଦ୍ଧି ଧରି ପ୍ରତେକ୍ଷ ରାଜନୀତିରୁ ଦୂରରେ ମାତ୍ର କେବେ କେବେ ଗଣମାଧ୍ୟମ ସାମ୍ନାକୁ ଆସିଲେ ରାଜନୀତି ହଟଚମଟ ହୁଏ । ଏଇ ଭେଟେରାନ ନେତାଙ୍କ ନାଁକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା – ତେବେ ଆସନ୍ତୁ ଜାଣିବା ଏଇ ଜେନା ବାବୁଙ୍କୁ ନେଇ କାହିଁକି ବଢୁଛି ଚର୍ଚ୍ଚା ?

ତେବେ ଆଗକୁ ଆସୁଛି ୨୦୨୪ ନିର୍ବାଚନ ଆଉ କଣ ରହିବ ଜେନା ବାବୁଙ୍କ ଭୂମିକା । କେଉଁଠୁ ଲଢ଼ିବେ ଏହି ବରିଷ୍ଠ ରାଜନେତା । ଏହି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ବାଲେଶ୍ବର ଆସନରୁ ଲଢ଼ି ପାରନ୍ତି ଜେନା ବାବୁ । କାରଣ ଏହି ଆସନ ତାଙ୍କ ପାଇଁ ନୂଆ ନୁହେଁ । ୨୦୦୯ ଲୋକସଭା ନିର୍ବାଚନରେ ଏହି ଆସନରୁ ଭଲ ମର୍କି ରେ ସେ ବାଜି ମାରିଦେଇଥିଲେ । ଆଉ ପଛରେ ହାର ମାନିଥିଲେ ବିଜେପି, ଏନସିପି, ଜେଏମଏମ ରୁ ଲଢ଼ୁଥିବା ଖାରବେଳ ସ୍ୱାଇଁ ଅରୁଣ ଦେ ଓ ଅରୁଣ ଜେନା । ତେବେ ୨୦୧୪ ବେଳକୁ ଦୃଶ୍ୟ ବଦଳି ଯାଇଥିଲା । ଏବଂ ଏହି ଆସନକୁ କବାଜ କରିନେଇଥିଲେ ବିଜେଡି ର ରବୀନ୍ଦ୍ର କୁମାର ଜେନା ।ଆଉ ପଛରେ ପଡ଼ିଯାଇଥିଲି କଂଗ୍ରେସ ର ଜେନା ବାବୁ । ପୁଣି ୨୦୧୯ ବେଳକୁ ବିଜେପି ପଡ଼ିଲା ଭାରି ହୋଇଗଲା । ଜେନା ବାବୁଙ୍କ ସ୍ଥାନରେ କଂଗ୍ରେସ ର ନବଜ୍ୟୋତି ପଟ୍ଟନାୟଙ୍କୁ ପାର୍ଥୀ ଭାବେ କରିଥିବା ବେଳେ, ସେ ବିଜେପି ର ପ୍ରତପ ଜେନା ଷଡ଼ଙ୍ଗୀଙ୍କୁ ଠାରୁ ବହୁ ବ୍ୟବଧାନ ରେ ହରିଯାଇଥିଲେ । ମାତ୍ର କଂଗ୍ରେସ କୁ ମିଳିଥିଲା ୧୫. ୪୯ ପ୍ରତିଶତ ଭୋଟ । ଏଥିରେ ସ୍ପଷ୍ଟ ଯେ ଜେନା ବାବୁ ଙ୍କୁ ହରାଇ କଂଗ୍ରେସ କ୍ଷତିରେ ପହଞ୍ଚିଲା । ସେହିଭଳି ଜେନା ବାବୁ ଙ୍କ ଲୋକପ୍ରିୟତା ଓ ପତିଆରା ନିହାତି ରହିଛି ।

ଅନ୍ୟପଟେ ୭ ଟି ବିଧାନସଭା କ୍ଷତ୍ରକୁ ନେଇ ଗଠିତ ବାଲେଶ୍ବର ଲୋକସଭା କ୍ଷତ୍ର । ସେ ମଧ୍ୟରୁ ବସ୍ତା, ଜଳେଶ୍ଵର ଓ ଭୋଗରାଇ ଆସନରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇ ଆସୁଛି । ଏହି ସବୁ ଅଞ୍ଚଳରେ ରହିଛି ଜେନା ବାବୁ ଙ୍କ ସମର୍ଥନ। ତେବେ ଜେନା ବାବୁ ଯଦି ବାଲେଶ୍ବର ଆସନରୁ ଲଢ଼ିବେ କେଉଁ ଦଳରୁ ଲଢ଼ିବେ ସେ ନେଇ ରହିଛି ସାଧାରଣ ରେ ଦ୍ଵନ୍ଦ । କାରଣ କେତେବେଳେ ଆଲୋଚନା ହେଉଥିଲା ଜେନା ବାବୁ ବିଆରଏସ ପାଇଁ ନେବେ ନେତୃତ୍ୱ । ପୁଣି କେବେ ସରଗରମ ରହିଲା ଆପ ରୁ ନେବେ ନେତୃତ୍ୱ । କିନ୍ତୁ ସେହି ଦୁଇ ଦଳ ର ସ୍ଥିତି ଓଡ଼ିଶା ରେ କଣ ଲୋକେ ଜନିସରିଲେଣି। ସେହିପରି କଂଗ୍ରେସ ମୁହଁ ମୋଡ଼ିବା ପରେ ରାଜନୀତିରେ ଅଭିଜ୍ଞ ଜେନା ବାବୁ କଣ ଆଉ ରହିଲା ବିକଳ୍ପ ।ଏହାର ସିଧା ଉତ୍ତର ହେଉଛି ବିଜେପି କାରଣ ସେପଟେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଲୋକସଭା କ୍ଷତ୍ର ରେ ରହିଛି ଜନ ଅସନ୍ତୋଷ ।

ଏହି ୫ବର୍ଷରେ ଆଖି ଦୃଶ୍ୟ କାମ କରିନଥିବା ଆଲୋଚନା ହେଉଛି । ତେଣୁ ବାଲେଶ୍ବର ଲୋକସଭା ପାଇଁ ବିକଳ୍ପ ଖୋଜୁଥିବା ଚର୍ଚ୍ଚା ହେଉଛି । ହୁଏତ ପ୍ରତାପ ଙ୍କୁ ଅନ୍ୟ କୌଣସି ଆସନରୁ ଦଳ ସୁଯୋଗ ଦେଇପାରେ କିମ୍ବା ନୀଳଗିରି ବିଧାନସଭାରୁ ଏମେଲ ପାଇଁ ଦଳ ନିର୍ଦ୍ଦେଶ ଦେଇପାରେ । ସେ ଯାହା ବି ହେଉ ଏହି ମୌକରେ ଅଭିଜ୍ଞ ରାଜନେତା ଜେନା ବାବୁ ବିଜେପି ଆଡ଼କୁ ଢ଼ଳିବେ କି ? ବିଜେପି ତାକୁ ଆପଣେଇ ନେବ କି ? ଏଭଳି ଆଲୋଚନା ଏବେ ସରଗରମ ହୋଇଛି ରାଜନୀତିରେ । ଏବେ ଦେଖିବାକୁ ବାକି ରହିଲା ବାଲେଶ୍ବରରୁ କିଏ ଲଢ଼ୁଛି ।

Leave A Reply

Your email address will not be published.