ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ବାଲି ପରିବହନ ନେଇ ଜିଲ୍ଲାପାଳଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି । ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି ।

ବେଆଇନ୍‌ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ୍ ହୋଇଥିଲା । ଲିଜ୍‌ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା । ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ । ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲେ ।

ତେବେ ଆସନ୍ତା ୧୫ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ । ଏଭଳି ହେଉନଥିବା ଓ ଯାହା କିଛି ଘଟିଛି, ଫାଇନ୍‌ ହୋଇଥିବା ପ୍ରଶାସନ କହିଥିଲା । ପ୍ରଶାସନର ଏଭଳି ସତ୍ୟପାଠରେ ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ ।

Leave A Reply

Your email address will not be published.