ରଜ ସଂକ୍ରାନ୍ତିକୁ କାହିଁକି କୁହାଯାଏ ମିଥୁନ ସଂକ୍ରାନ୍ତି?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରଜ ଓଡ଼ିଶାର ଏକ ଗୌରବୋଜ୍ୱଳ ସାଂସ୍କୃତିକ ମହୋତ୍ସବ । ଏହି ଗୌରବୋଜ୍ୱଳ ମହୋତ୍ସବର ଐତିହ୍ୟରେ ଓଡ଼ିଶାର ହଜାର ହଜାର ବର୍ଷର ସଂସ୍କୃତି ଲୁକ୍କାୟିତ ହୋଇ ରହିଛି । ପ୍ରାଚୀନକାଳରୁ ଏହି ମହୋତ୍ସବ ସାମାଜିକ ସରସତା ଓ ସାମୂହିକତାର ସ୍ୱର ବହନ କରି ଓଡ଼ିଆ ଜାତିକୁ ଆନନ୍ଦ, ଉଲ୍ଲାସ, ଉଦ୍ଦିପନା ତଥା ସ୍ୱଜାତ୍ୟାଭିମାନର ପ୍ରେରଣା ପ୍ରଦାନ କରି ଆସିଛି । ରଜ ମହୋତ୍ସବ ଅବସରରେ ଅଗଣିତ ଓଡ଼ିଆ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ, ଚେତନାତ୍ମକ ଐକ୍ୟର ଉଲ୍ଲସିତ ହୋଇ ଥାଆନ୍ତି ।

ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ ଓ ଦିନକୁ ପହିଲି ରଜ, ମଝି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ଶେଷ ରଜ ବା ବସୁମତୀ ସ୍ନାନ ବା ବାସି ରଜ କୁହାଯାଏ । ତେବେ କାହିଁକି ଏହାକୁ ମିଥୁନ ସଂକ୍ରାନ୍ତି କୁହାଯାଏ ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରିଥାନ୍ତି। ତେଣୁ ଏହାକୁ ରଜ ସଂକ୍ରାନ୍ତି ବୋଲି କୁହାଯାଏ। ତା’ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାଇର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ ।

ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି । ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।

ରଜ ଚାଷୀଘରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏହା ଯୋଡି ହୋଇଯାଇଛି କାହିଁ କେଉଁ କାଳରୁ । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.