ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେଭଳି ଅଧିକାର ରହିଛି ସେମିତି ଜୀବଜନ୍ତୁ ମାନଙ୍କର ସମାନ ଅଧିକାର ରହିଛି: ବନ୍ୟପ୍ରାଣୀ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୬୮ ତମ ବନ୍ୟା ପ୍ରାଣୀ ସପ୍ତାହ ପାଳିତ। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେଭଳି ଅଧିକାର ରହିଛି ସେହିପରି ପ୍ରତ୍ୟେକ ଜୀବଜନ୍ତୁ ମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଜୀବଜନ୍ତୁ ମାନଙ୍କର ସଂରକ୍ଷଣ  କରିବା ଆମ ସମସ୍ତଙ୍କର ଦାୟିତ୍ୱ। ବନ୍ୟା ପ୍ରାଣୀ ସପ୍ତାହ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସମ୍ମାନ ଅତିଥି ଭାବରେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଓଡ଼ିଶାର ଜୈବ ବିବିଧତା ଅତୁଳନୀୟ। ବନ୍ୟପ୍ରାଣୀ ଅଭୟାଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ।

ହାତୀ ଓ ଅନ୍ୟ ବନ୍ୟା ଜନ୍ତୁ ଜନିତ ଅପରାଧ ରୋକିବା ପାଇଁ ଯୁଗ୍ମ ତାକ୍ସ ଫୋର୍ସ ଗଠନ କରାଯାଇଛି। ନନ୍ଦନକାନନ କୁ ଆନ୍ତର୍ଜାତିକ ପ୍ରାଣୀ ଉଦ୍ୟାନ କରିବା ପାଇଁ ମାଷ୍ଟର ପ୍ରାନ ପ୍ରସ୍ତୁତ ହେଉଛି। ବନ୍ୟା ଜନ୍ତୁ ମାନଙ୍କ କବଳୁ ରକ୍ଷା କରିବା ପାଇଁ 6 ଟି ଗ୍ରାମର 479 ପରିବାରଙ୍କୁ ସ୍ଵଚ୍ଛାକୃତ ଭାବରେ ସ୍ଥାନାନ୍ତର କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ମୋନା ଶର୍ମା ଙ୍କ ସୂଚନା, ବନ୍ୟା ଜନ୍ତୁଙ୍କ ଦ୍ଵାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅନୁକମ୍ପା ଯୋଜନା ଆରମ୍ଭ କରିଛନ୍ତି। ଏହା ଏକ ଅନଲାଇନ ପ୍ଲାଟ ଫାର୍ମ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସହାୟତା ପାଇବା ପାଇଁ ଅନଲାଇନ ଯୋଗେ ଆବେଦନ କରିପାରିବେ। ଓ କ୍ଷତି ଭରଣା ରାଶି ଅନଲାଇନ ମାଧ୍ୟମରେ ଆକାଉଣ୍ଟ କୁ ପଠାଯିବ।

 

 

Leave A Reply

Your email address will not be published.