ରାଜ୍ୟରେ ଖସିଛି ରାତି ତାପମାତ୍ରା

0

ଓଡ଼ିଆ ନ୍ୟୁଜ୍: ଖସିଛି ପାରଦ । ବଢ଼ିଛି ଥଣ୍ଡା । ଆଗାମୀ ଦୁଇ ଦିନ ପୂର୍ବରୁ ଥଣ୍ଡା କମିବାର ନାହିଁ । ୨୧ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ଥିବାବେଳେ ଜି.ଉଦୟଗିରି ୮.୭ ଡିଗ୍ରୀକୁ ଖସି ଆସିଛି । ସ୍ୱାଭାବିକଠାରୁ ୩ରୁ ସାଢ଼େ ୬ ଡିଗ୍ରୀ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରା କମିଛି ।ବୁଧବାର ଭୋରବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ହାଲୁକା ଥଣ୍ଡା ଅନୁଭୂତ ହୋଇଥିଲା ସକାଳେ ।

ଦାରିଙ୍ଗିବାଡ଼ି ଓ ଜି.ଉଦୟଗିରି ପଛକୁ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ରାଉରକେଲା ୧୦.୫, ଝାରସୁଗୁଡ଼ା ୧୦.୬, ସମ୍ବଲପୁରର ଚିପିଲିମା ୧୦.୯, ସୁନ୍ଦରଗଡ଼ର କିରେଇ ୧୧.୩, କେନ୍ଦୁଝର ୧୨.୪, ଅନୁଗୁଳ ୧୨.୬, ସୁନ୍ଦରଗଡ଼ ୧୨.୬, କୋରାପୁଟ ୧୩.୨, ସେମିଳିଗୁଡ଼ା ୧୩.୨, ବଲାଙ୍ଗିର ୧୩.୩, ଭବାନୀପାଟଣା ୧୩.୫, ଢେଙ୍କାନାଳ ୧୩.୫, ସୋନପୁର ୧୪.୧, ସମ୍ବଲପୁର ୧୪.୨, ହୀରାକୁଦ ୧୪.୮, ଯାଜପୁର ୧୪.୬, ମହିଷାପାଟ ୧୪.୬, କଟକ ୧୫.୨, ଭୁବନେଶ୍ୱର ୧୫.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

 

Leave A Reply

Your email address will not be published.