ଦିଲ୍ଲୀ ବିସ୍ଫୋରଣକୁ ‘ଜଘନ୍ୟ ଆତଙ୍କୀ ଆକ୍ରମଣ’

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ଲାଲକିଲାରେ ଘଟିଲା କାର୍ ବିସ୍ଫୋରଣ ଘଟଣା । ଭୟଙ୍କର ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି ।

ତେବେ ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି ।

Leave A Reply

Your email address will not be published.