ରାଜ୍ୟରେ କମିଛି ଶୀତ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କମିଛି ଶୀତ, ବଢ଼ିଛି କୁହୁଡ଼ି। ଆସନ୍ତା ୩ ଦିନ ଯାଏ ବଢିବ ଥଣ୍ଡା। ୨ରୁ ୪ ଡିଗ୍ରୀ କମିପାରେ ରାତି ତାପମାତ୍ରା। ୫ଟି ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ। ମଙ୍ଗଳବାର ରାଜ୍ୟର ୧୦ଟି ଜିଲ୍ଲାର ତାପମାତ୍ରା ୧୭ ଡିଗ୍ରୀ ଉପରେ ରହିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଏହି ସବୁ ସ୍ଥାନରେ ଥଣ୍ଡାର ପ୍ରକୋପ କମିଯାଇଛି। ପୁରୀରେ ସର୍ବାଧିକ ୨୦.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହିତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରାୟ ୧ରୁ ୪ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଛି । ଓଡ଼ିଶାର ଅନ୍ୟ‌ କୌଣସି ଜିଲ୍ଲାରେ ‌ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଘଟିନାହିଁ। ଆଜି ରାତିଠାରୁ ରାଜ୍ୟରେ ରାତି ପାରଦ ସ୍ତର ନିମ୍ନଗାମୀ ହୋଇପାରେ । ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ।

Leave A Reply

Your email address will not be published.