ଚକୋଲେଟ ଚୋରି କରି ୧୮ ମାସ ଜେଲ ଦଣ୍ଡ ଭୋଗିଲେ ମହିଳା
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚକୋଲେଟ ଚୋରି କରି ୧୮ ମାସ ଜେଲ ଭୋଗିଲେ ମହିଳା। ଚକୋଲେଟ୍କୁ ମହିଳା ଜଣକ ଏତେ ଭଲ ପାଉଥିଲେ ଯେ, ଯାହାକୁ ନେଇ ତାଙ୍କୁ ୧୮ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ବ୍ରିଟେନ୍ରେ ରୁହନ୍ତି ୩୨ ବର୍ଷୀୟା ଜୋବି ପୁଲ୍ । ତାଙ୍କୁ ଚକୋଲେଟ୍ ବହୁତ ପସନ୍ଦ । ଟେଲଫୋର୍ଡ ଅଞ୍ଚଳରେ ଥିବା ଏକ ଚକୋଲେଟ୍ ଦୋକାନକୁ ଯାଇଥିଲେ । ସେଠାରେ ବିଭିନ୍ନ ପ୍ରକାର ଚକୋଲେଟ୍ ଦେଖି ତାଙ୍କର ଲୋଭ ବଢିଥିଲା । ତାକୁ କେମିତି ନେବେ ସେନେଇ ଚିନ୍ତା କଲେ । ପରେ ସେଠାରୁୁ ସେ ଦିନେ ୨ ଲକ୍ଷ କାଡବରି କ୍ରିମ୍ ଅଣ୍ଡା ବିଶିଷ୍ଟ ଚକୋଲେଟ ଭର୍ତ୍ତି ଗାଡ଼ିକୁ ଚୋରି କରିନେଲେ । ଏହା ଜାଣିବା ପରେ ଦୋକାନ ମାଲିକ ଥାନାରେ ଏତଲା ଦେଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିଲା । ସିସିଟିଭି ଯାଞ୍ଚ କରିବା ପରେ ଜୋବି ଚକୋଲେଟ୍ ଚୋରି କରି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ତାଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା । ଏଥିପାଇଁ ସେହି ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।
ଚୋରି ହୋଇଥିବା ଚକୋଲେଟ୍ର ମାର୍କେଟ ମୂଲ୍ୟ ୪୦ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୨ ଲକ୍ଷ ୭୫ ହଜାର ଟଙ୍କା ହେବ । କୋର୍ଟର ଫଇସଲା ଅନୁଯାୟୀ, ମହିଳା ଜଣଙ୍କୁ ୧୮ ମାସ ପାଇଁ ଜେଲକୁ ପଠାଇ ଦିଆଯାଇଛି ।