ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷା ଖୋରି ଗ୍ରାମପଞ୍ଚାୟତ ର ମଲ୍ଲୀ ପଶି ଗ୍ରାମବାସୀ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଇବା ପାଣି ର ଘୋର ଅଭାବ ହେତୁ ଡହଳ ବିକଳ ହେଉଛନ୍ତି ତେଣୁ ଗୋରା, ବାଲ୍ଟି ଧରି ପାଟଣା ଓ ଢେଙ୍କିକୋଟ ରାସ୍ତା ୨୨୦ ନଂମ୍ବର ଜାତୀୟ ରାଜପଥ କୁ ଶତାବ୍ଦୀକ ମହିଳା ମଲ୍ଲୀ ପଶି ଛକ ରେ ଅବରୋଧ କରିଥିଲେ । ଏହି ଗ୍ରାମର ମୂଖ୍ୟ ସମସ୍ୟା ଖରାଦିନେ ନଳକୂପ କିମ୍ବା କୂଅ ରେ ପିଇବା ପାଣି ମିଳେ ନାହିଁ ।ଏହି ଗ୍ରାମର ଥିବା ବସୁଧା ଯୋଜନା ରେ ଲୋକ ଙ୍କୁ ନିୟମିତ ଭିବେ ପମ୍ପ ଚାଳକ ପାଣି ଛାଡୁ ନ ଥିବା ଅଭିଯୋଗ କରି ଥିଲେ ଓ ସହି ପମ୍ପ ଚାଳକକୁ ତୁରନ୍ତ ବହିଷ୍କାର କରି ନୂତନ ଚାଳକ ଦେବା ଦାବିରେ ସମସ୍ତ ଗ୍ରାମ ବାସି ଓ ମହିଳା ମିଶି ପ୍ରତିବାଦ କରି ୨୨୦ ନଂମ୍ବର ଜାତୀୟ ରାଜପଥ ର ମଲ୍ଲୀ ପଶି ଛକ ନିକଟ ଦେଇ ଆସୁଥିବା ଗାଡ଼ି ମୋଟର ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା।
ଠିକ୍ ଏହି ସମୟରେ କୈାଣସି କାରଣ ରୁ ଏହି ରାସ୍ତା ଦେଇ ପାଟଣା ତହସିଲଦାର ତାପଶ ରଞ୍ଜନ ଦେହୁରୀ ଓ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧନୁର୍ଜୟ ସିଦ୍ଧୁ ଏହି ବାଟ ଦେଇ ଗ୍ରସ୍ତ କରୁଥିବା ବେଳେ ଏଭଳି ପରିସ୍ଥିତି ଦେଖି ଗାଡିରୁ ଅହ୍ଲାଇ ଲୋକ ଙ୍କୁ ପଚାରି ବୁଝା ସୁଝା କରି ଥିଲେ ଓ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା କଲେକ୍ଟର ଙ୍କ ସହ ଧନୁର୍ଜୟ ସିଦ୍ଧୁ ଫୋନ ଯୋଗେ ଆଲୋଚନା କରି ଥିଲେ ଓ କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ ଯଥାଶୀଘ୍ର ମଲ୍ଲୀ ପଶି ଗ୍ରାମବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବେ ବୋଲି।ଏହା ପରେ ମଲ୍ଲୀ ପଶି ଛକ ନିକଟରେ ରାସ୍ତା ରୋକ ହଟିଥିଲା ଓ ପୁନର୍ବାର ଯାତାୟତ ସ୍ବଭାବିକ ଭାବରେ ଚାଲିଲା।