ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭିଜିଲାନ୍ସ, ନିଜ ବିଭାଗର ଇନ୍ସପେକ୍ଟର ମାନସୀ ଜେନାଙ୍କୁ କରିଛି ଗିରଫ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭିଜିଲାନ୍ସ। ନିଜବିଭାଗର ଅଧିକାରୀଙ୍କୁ ମଧ୍ୟ ଦୁର୍ନୀତି ମାମଲାରେ ଗିରଫ କରିଛି।

ଭିଜିଲାନ୍ସ ପୁରା ଆକ୍ସନ ମୁଡରେ। ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଆସିଲାବେଳେ NH 16ରେ ମାଡିବସିଲା ଭିଜିଲାନ୍ସ। ତାଙ୍କ ନିକଟରୁ ୬ ଲକ୍ଷ ଟଙ୍କା ମିଳିଛି। ନିନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଅପରପକ୍ଷେ ନିନାଙ୍କ ସ୍ୱାମୀ ମହଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରା ଉଚୁରା କରୁଛି ଭିଜିଲାନ୍ସ। ଆଜି ନିନାଙ୍କ ଭୁବନେଶ୍ୱର ପଳାସପଲ୍ଲୀ ଘର, କଟକ ସ୍ଥିତ ଶ୍ୱଶୁର ଓ ସମ୍ପର୍କୀୟଙ୍କ ଘରେ ରେଡ଼ କରିଛି। ଭୁବନେଶ୍ୱରରୁ ସୁନାବିସ୍କୁଟ, ସୁନାମୁଦ୍ରା ଓ ବ୍ୟାଙ୍କ ପାସ୍ ବୁକ ଜବତ କରିଛି।

ସେହିପରି ଗିରଫ ହୋଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ତର ମାନସୀ ଜେନା। ମଧ୍ୟସ୍ଥି ମୁକେଶ ସାହୁଙ୍କ  ମାଧ୍ୟମରେ ୧୦ ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗରେ ଗିରଫ ହୋଇଛନ୍ତି।ଗତକାଲି ଏ ବାବଦରେ ମାନସୀ ଜେନାଙ୍କ ଘରେ ଚଢ଼ାଉ କରାଯିବା ସହ ତାଙ୍କୁ ଅଟକ ରଖାଯାଇଥିଲା।ଆଜି ସମସ୍ତ ଦିଗକୁ ଦୃଷ୍ଟି ଦେଇ ମାନସୀ ଓ ମୁକେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.