ଦୁବାଇର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ !

0

ୟୁଏଇର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ। ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିୟାନଙ୍କର ୧୩ ମଇରେ ଦେହାନ୍ତ ହୋଇଛି।ଯାହା ପରେ ତାଙ୍କ ପଦବୀ ଖାଲି ପଡିଥିଲା।

ୟୁଏଇର ବ୍ୟାପାର ମନ୍ତ୍ରଣାଳୟ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହାନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ୪୦ ଦିନ ଶୋକ ଘୋଷଣା କରିଛି। ଏହା ବ୍ୟତୀତ ସମସ୍ତ ମନ୍ତ୍ରଣାଳୟ ଏବଂ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।

ଏଥି ସହିତ ଆଜି ବିଦାୟପ୍ରାପ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତରେ ଏକ ଦିନିଆ ରାଜ୍ୟ ଶୋକ ପାଳନ କରାଯାଇଛି। ସୂଚନାନୁସାରେ, ଏକ ଦିନିଆ ରାଜ୍ୟ ଶୋକ ସମୟରେ ଆଜି କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ନାହିଁ। ୟୁଏଇର ସଭାପତି ଏବଂ ଆବୁଧାବିର ଶାସକ ଶେଖ ଖଲିଫା ବିନ ଜାଏଦ ଅଲ ନାହାନଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଭାରତ-ୟୁଏଇ ସମ୍ପର୍କ ସୁଦୃଢ ହୋଇଛି ବୋଲି କହିଛନ୍ତି। ଶୁକ୍ରବାର ଦିନ ନାହାନଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଶେଖ ଖଲିଫା ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ ନଭେମ୍ବର ୩, ୨୦୦୪ ରୁ କାର୍ଯ୍ୟ କରିଆସୁଥିଲେ।

Leave A Reply

Your email address will not be published.