ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ର ସଭା ଗୃହ ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକ ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ ସୁଶାନ୍ତ କୁମାର ସାମନ୍ତ ସଭାପତିତ୍ବ କରିଥିବା ବେଳେ ନବ ନିର୍ବାଚିତ ବିଧାୟକ ଅଶୋକ କୁମାର ଦାସ, ବିଡିଓ ସଞ୍ଜୀବ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା ଯୋଗ ଦେଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କିପରି ଭାବରେ ଶୀଘ୍ର ହୋଇ ପାରିବ ଆଲୋଚନା କରିଥିଲେ।

ଏହି ଅବସର ରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମ ଚାରି, ବିଦ୍ୟୁତ୍ ବିଭାଗ ଅଧିକାରୀ, ପୌର ପରିଷଦ ର କର୍ମ ଚାରି, ପଞ୍ଚାୟତ ସମିତି ର ବିଭିନ୍ନ ବିଭାଗ ର କର୍ମ କର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନ ସାଧାରଣ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସମସ୍ତ ବିଷୟ ଉପରେ ଆଲୋଚନା ହୋଇଛି ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଯେତେ ଶୀଘ୍ର ସମ୍ଭବ ସମସ୍ୟା ର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଆଲୋଚନା କରାଯାଇଛି ବୋଲି ବିଧାୟକ ଅଶୋକ କୁମାର ଦାସ କହିଛନ୍ତି।

Leave A Reply

Your email address will not be published.