ଓଡିଶାରେ ନିର୍ମାଣ ହେବ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ, ଘୋଷଣା କଲେ ଜାପାନର ନିପ୍ପନ ଷ୍ଟିଲ୍ ମୁଖ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ପ୍ରଥମ ଦିନରୁ ଏକ ବଡ଼ ସଫଳତା ମିଳିଛି । ବିଖ୍ୟାତ ନିପ୍ପନ ଷ୍ଟିଲ୍ କମ୍ପାନୀ ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ୍ ପାଣ୍ଟ ସ୍ଥାପନ କରିବ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ରକ୍ଷା କରି ଆଜି ଏହି ଘୋଷଣା କରିଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ । ନିପ୍ପନକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ଜାପାନର ରାଜଧାନୀ ଟୋକିଓରେ ନବୀନ ଆଜି ନିପ୍ପନ ଷ୍ଟଇଲ୍ କର୍ପୋରେସନ୍ ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ । ଓଡ଼ିଶାରେ ଜାପାନ ପୁଞ୍ଜି ନିବେଶ ସଂକ୍ରାନ୍ତରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ନବୀନଙ୍କ ପ୍ରସ୍ତାବକୁ ନିପ୍ପନ ମୁଖ୍ୟ ଗ୍ରହଣ କରିବା ସହ ଓଡ଼ିଶାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ସେହି ବୈଠକରେ ହିଁ ଘୋଷଣା କରିଛନ୍ତି ।

ଓଡ଼ିଶାରେ ଆର୍ସେଲର ମିତ୍ତଲ ସହ ନିପ୍ପନ ଷ୍ଟିଲର ଜଏଣ୍ଟ ଭେଞ୍ଚର କମ୍ପାନୀ AMNS ନିବେଶ କରିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଦୁଇଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଷ୍ଟିଲ ପ୍ରକଳ୍ପକୁ ମଂଜୁରୀ ମିଳିଛି। ଉତ୍ପାଦନ କ୍ଷମତା ରହିବ ବାର୍ଷିକ ୨୪ ନିୟୁତ ଟନ୍‌। ଏହି ପ୍ରକଳ୍ପ ଲାଗି ୨୦୨୧ରେ ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ସେହିପରି ଜଗତସିଂହପୁର ପାରାଦୀପରେ ୩୮ ହଜାର କୋଟି ଟଙ୍କାର ଷ୍ଟିଲ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ହାଇଲେଭଲ କ୍ଲିଅରାନସ ଅଥରିଟି ମଂଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ରହିବ ୭ ନିୟୁତ ଟନ।

Leave A Reply

Your email address will not be published.