ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହାକୁ ନେଇ ରାଜନୀତି ଦଳଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି। କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ଯେଉଁସବୁ କଳ୍ପନାଜଳ୍ପନା ଲାଗିରହିଥିଲା । ସେସବୁର ଧିରେ ଧିରେ ଦ ଏଣ୍ଡ ହେବାକୁ ଯାଉଛି । କାରଣ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଦଳ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି ବିରୋଧୀ ଦଳ। ଆସନ୍ତା ଜୁନ ୨୭ ତାରିଖ ଦିନ ୧୧.୩୦ମିନିଟରେ ନାମାଙ୍କନ ଦାଖଲ କରିବେ ଯଶଓ୍ବନ୍ତ ସିହ୍ନା। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି ।
ଏନସିପି ନେତା ଶରଦ ପାଓ୍ବାରଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳ ପକ୍ଷରୁ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଯାହାକୁ କି ସମର୍ଥନ ଜଣାଇଛନ୍ତି ଦେଶର ୧୯ ପ୍ରମୁଖ ରାଜନୈତିକ ଦଳ । ବଡ କଥା ହେଉଛି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସମେତ ୧୯ ରାଜନୈତିକ ଦଳ ସିହ୍ନାଙ୍କୁ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛି ।