ଆସନ୍ତାକାଲି ଦେଶର ୨୫୯ଟି ସ୍ଥାନରେ ହେବ ମକଡ୍ରିଲ

0

ଓଡ଼ିଆ ନ୍ୟୁଜ୍: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନେଇ ଉଭୟ ଭାରତ ଓ ପାକିସ୍ତାନ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟକୁ ଯୁଦ୍ଧ ପାଇଁ ମକ୍‌ଡ୍ରିଲର ଅଭ୍ୟାସ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଦେଶବ୍ୟାପୀ ୨୫୯ଟି ସ୍ଥାନରେ ଏହି ମକ୍‌ ଡ୍ରିଲ୍ ବା ସୁରକ୍ଷା ପ୍ରସ୍ତୁତି ଅଭ୍ୟାସ କରାଯିବ। ଏହି ଅଭ୍ୟାସରେ ମୁଖ୍ୟତଃ ବିମାନ ଆକ୍ରମଣ ସାଇରନ୍ ଏବଂ ବ୍ଲାକଆଉଟ୍ ଭଳି ପରିସ୍ଥିତିର ପ୍ରଥମ ସତର୍କତା କେମିତି ଅବଲମ୍ବନ କରାଯିବ ସେ ନେଇ ଅଭ୍ୟାସ ଏବଂ ତାଲିମ ଉପରେ ଧ୍ୟାନ ଦିଆଯିବ।

ଏନେଇ ଆଜି ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ନାଗରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ଏବଂ ସମନ୍ୱୟ ବିଶେଷରେ ଆଲୋଚନା କରାଯାଇଥିଲା। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଏବଂ ନାଗରିକ ପ୍ରତିରକ୍ଷା ମୁଖ୍ୟମାନେ ସାମିଲ ହୋଇଛନ୍ତି।

ବିଶେଷ କରି ୨୦୧୦ରେ ଅଧିସୂଚିତ ହୋଇଥିବା ୨୪୪ ନାଗରିକ ପ୍ରତିରକ୍ଷା ଜିଲ୍ଲା(ସିଭିଲ ଡିଫେନ୍ସ ଡିଷ୍ଟ୍ରିକ୍ଟ) ଉପରେ ଏହି ବୈଠକର ଅଧିକ ଧ୍ୟାନ ଦିଆଯାଇଛି। ରାଜସ୍ଥାନ, ପଞ୍ଜାବ, ଜମ୍ମୁ ଏବଂ କାଶ୍ମୀର, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ଭଳି ସୀମାନ୍ତ ରାଜ୍ୟଗୁଡ଼ିକରେ ଅବସ୍ଥିତ ଏହି ଜିଲ୍ଲାଗୁଡ଼ିକୁ ବହୁ-ବିପଦ ପରିସ୍ଥିତିରେ ଥିବା ଆକଳନ କରି ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.