ଭୁବନେଶ୍ୱର ଆରବିଆଇରେ ଜାଲ୍ ନୋଟ୍ ବଦଳ ବେଳେ ଯୁବକ ଗିରଫ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱର ଆରବିଆଇରେ ଜାଲ୍ ନୋଟ୍ ବଦଳ ବେଳେ ଯୁବକ ଗିରଫ ।  କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ଖୋର୍ଦ୍ଧା ଅଞ୍ଚଳର ବିକାଶ ବଳିଆରସିଂହ ନାମକ ଯୁବକ ଶୁକ୍ରବାର ପୁରୁଣା ନୋଟ୍ ବଦଳାଇବାକୁ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟକୁ ଆସିଥିଲେ ।

ଆଉ ନୋଟ୍ ଯାଞ୍ଚ ବେଳେ ସେଥିରେ ନକଲି ନୋଟ୍ ଥିବା ଜାଣି ପାରିଥିଲେ ଆରବିଆଇ ଅଧିକାରୀ । ନକଲି ନୋଟ୍ ବଦଳ କରିବାକୁ ଆସିଥିବା ଯୁବକଙ୍କ ବିଷୟରେ ଆରବିଆଇ ଅଧିକାରୀ ପୋଲିସକୁ ଖବର ଦେଇଥିଲେ । ଖାରବେଳ ନଗର ଥାନା ପୋଲିସ ଯୁବକଙ୍କୁ ଆରବିଆଇରୁ ଗିରଫ କରିବା ସହ ତାଠାରୁ ୧୦୦ଟି ୫ ଶହ ଟଙ୍କିଆ ନୋଟ୍ ଜବତ କରି  ଜାରି ରଖିଛି ତଦନ୍ତ ।

Leave A Reply

Your email address will not be published.