ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ଶ୍ରୀମତୀ ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ବରେ ପାଟକୁରା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ବ୍ରାହ୍ମଣୀଗାଁ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା।
ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ କୃଷଜ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟା ର ସମାଧାନ ପାଈଁ ଏକ ସଙ୍ଘ ଗଠନ ପାଈଁ ପ୍ରସ୍ତାବ ରଖିଥିଲେ। କୃଷକର ସମସ୍ୟା ସମାଧାନ ଓ ଅଧିକାର ହାସଲ ଆମର ମୂଳ ଲକ୍ଷ୍ୟ ରେ ସଫଳତା ପାଈଁ ବିଭିନ୍ନ ବିଷୟ ବସ୍ତୁ ଆଲୋଚନା ହୋଇଥିଲା । କୃଷକ ସେବା କେନ୍ଦ୍ର ସ୍ଥାପନ କରି ଏହାର ସମାଧାନ କରିବାକୁ ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇପାରିବ। ସେଥି ନେଇ କୃଷକ ଭାଇ ମାନଙ୍କ ସହଯୋଗ ଲୋଡ଼ାଯାଇଥିଲା।
ବାର ଦଫା ଦାବୀ ପୂରଣ ପାଇଁ ନୂଆ ସରକାରଙ୍କ ସହ ଆଲୋଚନା କରାଯିବ ବିଫଳ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଆଜିର ଏହି ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର ଜିଲ୍ଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ମାର୍ଶାଘାଇ ବ୍ଲକ କାର୍ଯ୍ୟ କାରି ସଭାପତି ଚନମୟୀ ମହାନ୍ତି, ଅଲେଖ ଚନ୍ଦ୍ର ବାରିକ, ସର୍ବେଶ୍ଵର ପରିଡ଼ା, ପଦିପ୍ତ କୁମାର ମହାନ୍ତି, ବିଭୁପ୍ରସାଦ ସାହୁ ଆମର ଓ ବେହେରାପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉଦବୋଧନ ଦେଇଥିଲେଥିଲେ।