ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ରାହ୍ମଣୀପାଳସ୍ଥିତ ମା ତାରିଣୀ ଟିପର ମାଲିକ ସଂଘର ବେଆଇନ୍ ନିର୍ମାଣ ଉପରେ ଚାଲିଲା ବୁଲ୍ ଡୋଜର୍। ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆସିବା ପରେ ବେଆଇନ୍ ନିର୍ମାଣ ଉପରେ ବୁଲ୍ ଡୋଜର୍ ଚଳାଇ ଖୁବ୍ ଚର୍ଚ୍ଚିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସେହି କ୍ରମରେ ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ମାନ୍ୟବର ସଦର ବିଧାୟକ ଶ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଆଉ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ପରେ ପୁଣି ଚର୍ଚ୍ଚାରେ ଆସିଛି ଏହି ବୁଲ୍ ଡୋଜର୍। ଯାହା ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଜିଲ୍ଲା କେନ୍ଦୁଝରରୁ। ଏଠାରେ ସୂଚନା ଥାଉ କି କିଛି ଦିନ ପୂର୍ବରୁ କେନ୍ଦୁଝର ପୌର ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବେଆଇନ୍ ନିର୍ମାଣକୁ ବୁଲ୍ ଡୋଜର୍ ସହାୟତାରେ ଉଚ୍ଛେଦ କରା ଯାଇଥିଲା। ପୁଣି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀପାଳ ଠାରେ ଥିବା ମା ତାରିଣୀ ଟିପର ମାଲିକ ସଂଘର ବେଆଇନ୍ ନିର୍ମାଣ ଉପରେ ଚାଲିଛି ବୁଲ୍ ଡୋଜର୍।
ସୂଚନାନୁସାରେ ଏହା ସଂରକ୍ଷିତ ଜମିରେ ନିର୍ମାଣ ହୋଇଥିବା ବେଳେ ଅଭିଯୋଗ ସତ୍ତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ମାତ୍ର ଆଜି ପ୍ରଶାସନ ପକ୍ଷରୁ ବୁଲ୍ ଡୋଜର୍ ଦ୍ଵାରା ଏହି ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରା ଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଥିଲା।
Comments are closed.