ରାହୁଲ ହତ୍ୟା: ସାମ୍ନାକୁ ଆସିଲେ ସାଙ୍ଗ ଶିବା

0

ଓଡ଼ିଆ ନ୍ୟୁଜ୍: ଜିଜିପି କଲୋନୀ ରାହୁଲ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ। ଖେଳ ପଡ଼ିଆରେ ପ୍ରଥମେ କାଚ ଭଙ୍ଗା ଶଦ୍ଦ ଶୁଭିବାରୁ ପ୍ରତିବାଦ କଲି।ପିଲାମାନେ ଏଠି ଖେଳୁଛନ୍ତି, କାହିଁକି କାଚ ଭାଙ୍ଗ ଫିଙ୍ଗୁଛ ପଚାରିଲି।ଏହାପରେ ମୋତେ ସେମାନେ ତୁ କିଏ କହି ଗାଳି ଗୁଲଜ କଲେ।ଏହି ଯୁକ୍ତିତର୍କରୁ ଠେଲାପେଲା ହେଲା, ମୁଁ ଅଚେତ ହୋଇ ତଳେ ପଡ଼ିଗଲି।ରାହୁଲକୁ କିଏ ଛୁରି ମାରିଲା ମୁଁ ଦେଖିପାରି ନଥିଲି- ଶିବା।ପୋଲିସ କାଲି ରାତି ସାଢ଼େ ୯ରେ ମୋ ବୟାନ ରେକର୍ଡ କରିଛି।

ଛୁରି ଧରି ସେମାନେ କାହିଁକି ପଡ଼ିଆକୁ ଆସିଥିଲେ ତଦନ୍ତ ହେବା ଦରକାର।ରାହୁଲଙ୍କ ଅନ୍ୟତମ ସାଙ୍ଗ ସଚିନ ମଧ୍ୟ ରଖିଲେ ଚାଞ୍ଚଲ୍ୟକର ତଥ୍ୟ।ଡିଫେନ୍ସ ଲୋକ ଜଣଙ୍କ ରାହୁଲ ଛାତିକୁ ମୁଥ ମାରିବା ମୁଁ ଦେଖିଛି। ଏହା ପରେ ରାହୁଲ ତଳେ ପଡ଼ି ଅଚେତ ହୋଇ ଯାଇଥିଲା।ମାତ୍ର ଯବାନ ହାତରେ ଛୁରି ଥିଲା କି ନାହିଁ ମୁଁ ଜାଣିନି। କାଲି ମୃତ ରାହୁଲଙ୍କ ପତ୍ନୀ ଶିବାଙ୍କ ଭୂମିକାକୁ ନେଇ ସନ୍ଦେହ କରିଥିଲେ।ଏଥିସହ ହତ୍ୟା ପଛରେ ଷଡ଼ଯନ୍ତ୍ର, ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ହତ୍ୟାକାଣ୍ଡ ନେଇ ପୋଲିସ ସୂଚନା ଓ ଶିବା-ସଚିନର ବୟାନ ଭିନ୍ନ ରହୁଛି।

Leave A Reply

Your email address will not be published.