ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ଆଜି ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଛନ୍ତି କେନ୍ଦ୍ର ସରକାର । ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା। ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ କାରଣ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ତେବେ ଆଜି ଭୁବନେଶ୍ୱର ଆସିବାର କାର‌୍ୟ୍ୟକ୍ରମ ଅଛି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ରହିଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ।

Leave A Reply

Your email address will not be published.