ଚୀନରେ ଲେଉଟାଣି କଲା କରୋନା

0

ଚୀନ୍ ରେ ଲେଉଟାଣି ମାରିଲା ମହାମାରୀ କରୋନା ଭାଇରସ୍ l ଚୀନ୍ ର ସ୍ଥିତି ଦିନକୁ ଦିନ ବିଗିଡିବlରେ ଲାଗିଛି l ଗତ କିଛି ଦିନ ହେଲା ଚୀନ ରେ ଗୋଟିଏ ହେଲେ ନୂଆ ମାମଲା ଦେଖିବାକୁ ମିଳିନଥିଲା l କିନ୍ତୁ ଏବେ ପୁଣି ଥରେ ମହାମାରୀ କରୋନା ଭାଇରସ୍ ବଢ଼ିବାରୁ ସରକାରଙ୍କର ଚିନ୍ତା ର ବିଷୟ ପଲଟିଛି l

ଚୀନ ର ବାଣିଜ୍ୟିକ କେନ୍ଦ୍ର ରେ ବିଦେଶରୁ ଆସିଥିବା ଅଧିକାଂଶ ନାଗରିକ ମହାମାରୀ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି l ଚିନର ଉତ୍ତର ପୂର୍ବ ପ୍ରଦେଶ ହେଲଙ୍ଗଜିଆନ ରେ ଏପ୍ରିଲ 11 ତାରିଖରେ 21 ଟି ନୂଆ ମାମଲା ସ୍ପଷ୍ଟ ହୋଇଛି l ସଂଘାଇ ର ନୂଆ ମାମଲା ରୁ 51 ଜଣ ସମାନ୍ ବିମାନରେ ଏପ୍ରିଲ 10 ତାରିଖରେ ରୁଷ୍ ରୁ ଫେରିଥିଲେ l ଗତ 11 ତାରିଖରେ ଲକ୍ଷଣ ନ ଥିବା 63 ଟି ମାମଲା ଚିହ୍ନଟ ହୋଇଛି l ଏନ୍ ଏଚ୍ ସି ପକ୍ଷରୁ କୁହାଯାଇଛି ଯେ ମାର୍ଚ 6 ତାରିଖରୁ ଗତକାଲି ର 99 ଟି ମାମଲା ସବୁଠାରୁ ସର୍ବାଧିକ ରହିଛି l ଚୀନ୍ ରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 82,052 ଥିବାବେଳେ ମୃତକଙ୍କ ସଂଖ୍ଯା 3,339 କୁ ବୃଦ୍ଧି ପାଇଛି lin-chaina

Leave A Reply

Your email address will not be published.