ସେପ୍ଟେମ୍ବର ପାଇଁ ଆସିଲା କେନ୍ଦ୍ରର ଗାଇଡଲାଇନ୍

0

ଦେଶରେ କରୋନର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଆଗକୁ ପାର୍ବଣ ସମୟ ଥିବାରୁ ଗହଳି ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗହଳି ସ୍ଥାନରେ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ କୋଭିଡ କଟକଣା ଦିଗରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

ତେବେ ଦେଶରେ ଆଜି ଦିନକରେ ୪୬୭୫୯ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୨୬ ଲକ୍ଷ ୪୯ ହଜାର ୯୪୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩,୫୯,୭୭୫ ରହିଛି । କେରଳରୁ ଦିନକରେ ସର୍ବାଧିକ ୩୨୮୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଣ୍ଟାରେ ୫୦୯ ଜଣଙ୍କ ଜୀବନ ନେଇଛି କୋରୋନା ମହାମାରୀ ।

Leave A Reply

Your email address will not be published.